Categories: ଜାତୀୟ

କରୋନା ସମୟରେ ବ୍ରିକ୍ସ ଦେଶଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ‘ବ୍ରିକ୍ସ ବିଜ୍‌ନେସ୍‌ ଫୋରମ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାମାରୀରୁ ଉତ୍ପନ୍ନ ଅର୍ଥନୈତିକ ସମସ୍ୟାର ମୁକାବିଲା ପାଇଁ ଆମେ ଭାରତରେ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରର ମନ୍ତ୍ର ଗ୍ରହଣ କରିଥିଲୁ ଏବଂ ଏହି ପଦ୍ଧତିର ଫଳାଫଳ ଭାରତୀୟ ଅର୍ଥନୀତିର ପ୍ରଦର୍ଶନରୁ ସ୍ପଷ୍ଟ ହୋଇଛି। ଏହି ବର୍ଷ ଆମେ ୭.୫% ଅଭିବୃଦ୍ଧି ଆଶା କରୁଛୁ। ଏହା ଆମକୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିଛି। ‘ବ୍ରିକ୍ସ ବିଜ୍‌ନେସ୍‌ ଫୋରମ’ ଆମର ଷ୍ଟାର୍ଟଅପ ବିନିମୟ ପାଇଁ ଏକ ପ୍ଲାଟଫର୍ମ ବିକାଶ କରିବା ଉଚିତ୍‌।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଜି ଯେତେବେଳେ ସମଗ୍ର ଦେଶ ପୋଷ୍ଟ କୋଭିଡ ପୁନରୁଦ୍ଧାର ଉପରେ ଧ୍ୟାନ ଦେଉଛି, ସେତେବେଳେ ବ୍ରିକ୍ସ ଦେଶଗୁଡ଼ିକର ଭୂମିକା ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ହେବ। ସ୍ପେସ, ବ୍ଲୁ ଇକୋନୋମି, ଗ୍ରୀନ ହାଇଡ୍ରୋଜେନ, ଡ୍ରୋନ ଇତ୍ୟାଦି ଅନେକ କ୍ଷେତ୍ରରେ ଆମେ ଏକ ଅଭିନବ ବନ୍ଧୁତ୍ୱପୂର୍ଣ୍ଣ ନୀତି ପ୍ରସ୍ତୁତ କରିଛୁ।

Share