Posted inଜାତୀୟ

ଅଚାନକ ଲେହରେ ପହଞ୍ଚିଲେ ମୋଦି

ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍‌ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ କେବଳ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ସେଠାକୁ ଯାଇଥିଲେ। ମୋଦି ନିମୁ ଫରୱାର୍ଡ ପୋଷ୍ଟରେ ପହଞ୍ଚି ସେନା, ବାୟୁସେନା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ନିମୁ ପୋଷ୍ଟ ସମୁଦ୍ର ପତ୍ତନ ଠାରୁ ୧୧ ହଜାର ଫୁଟ ଉଚ୍ଚରେ ଉପସ୍ଥିତ। ଯାହା ଦୁନିଆର ସର୍ବୋଚ୍ଚ ଏବଂ ବିପଜ୍ଜନକ ପୋଷ୍ଟ ଭାବରେ ପରିଗଣିତ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୧୪ ଜଣ କର୍ପସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହା ବ୍ୟତୀତ ବିପିନ ରାୱତଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିଥିଲେ। ଏହି ସମୟରେ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଯୋଶୀ, ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ। ମେ ମାସରୁ ଚାଇନା ସହିତ ସୀମାରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଏଠାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଜୁନ୍‌ ୧୫ରେ ଗଲଓ୍ବାନ୍‌ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଷ୍ଟାର୍ଟ ଅପ୍‌ ଡେ ଘୋଷଣା, ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ…

ନୂଆଦିଲ୍ଲୀ, ୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଷ୍ଟାର୍ଟ ଅପ୍‌ ଡେ ପାଳନ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁୟାରୀ ୧୬ରେ ହେବ ପାଳନ...

୮ ବର୍ଷରେ ୪୪ ଦୋଷୀଙ୍କ ୩୨ ରାଜକ୍ଷମା ଖାରଜ: ୩ଙ୍କୁ ଦିଆଯାଇଛି ଫାଶୀ

ନୂଆଦିଲ୍ଲୀ,୧୯।୧: ନିର୍ଭୟା ଦୋଷୀଙ୍କୁ ଫାଶୀ କେବେ ଦିଆଯିବ ସେ ନେଇ ସମ୍ପ୍ରତି ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ନିର୍ଭୟା ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂଙ୍କ ରାଜକ୍ଷମା...

କୋର୍ଟ ବହୁତ ଭଲ କାମ କରୁଛି ଯାହା ନଜରକୁ ଆସୁନାହିଁ: ସିଜେଆଇ

ନୂଆଦିଲ୍ଲୀ,୧।୭: ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା ସିଜେଆଇ ହିଓ୍ବାଇ ଚନ୍ଦ୍ରଚୁଡ ଶ୍ରୀନଗରରେ ୧୯ତମ ଆଇନ ସେବା ପ୍ରାଧିକରଣ ବୈଠକରେ ଉଦଘାଟନୀ ଭାଷଣ ଦେଇଛନ୍ତି। ଏହି ସମୟରେ...

ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୨ କଂଗ୍ରେସ ନେତା ଛାଡିଲେ ଦଳ: ଚିନ୍ତାରେ ଦଳ ମୁଖିଆ

ଡେରାଡୁନ,୧୨ ।୭: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପୁଣିଥରେ ତା’ର ଘର ସଜାଡିବା କାମରେ ଲାଗିପଡିଛି । ଗୋଆ ବିଧାୟକଙ୍କ ମଧ୍ୟରେ ତୁତୁମେମେକୁ ଦେଖି...

ମଣିପୁରରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ: ସର୍ଚ୍ଚ ଅପରେଶନବେଳେ ୮ ଅସ୍ତ୍ରଶସ୍ତ୍ର, ୧୧୨ ଗୋଳା ବାରୁଦ ଜବତ

ଇମ୍ଫାଲ,୧୭।୮: ମଣିପୁରରେ ଏବେ ବି ଅଶାନ୍ତିର ବାତାବରଣ ରହିଛି। ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେଶନ ବେଳେ ହିଂସାକାଣ୍ଡ ଘଟାଇଥିବା ମଣିପୁରର ବିଭିନ୍ନ ଜିଲାରୁ ୮...

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ପରେ ଋତୁଜା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ

ମୁମ୍ବାଇ,୧୮।୧୦: ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର...

ଗୋଆ ବିମାନବନ୍ଦରରେ ୧୪୪ ଧାରା

ପଣଜୀ,୪ା୫ : ବିମାନବନ୍ଦର ପ୍ରକଳ୍ପ ଲାଗି ଜମି ହରାଇଥିବା ଲୋକେ ରାସ୍ତା ଅବରୋଧ କରିବାକୁ ଆହ୍ବାନ ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଗୋଆ ଜିଲା...

ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ

ଥିରୁଭାନନ୍ତପୁରମ୍‌,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ...

Advertisement
Archives

Model This Week