Categories: ଜାତୀୟ

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଯିବେ ଲାଲୁ, ତେଜସ୍ୱୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ମୋଦି ତେଜସ୍ୱୀଙ୍କଠାରୁ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥଲେ । ଏହାସହ ସେ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସୂଚନଯୋଗ୍ୟ, ସ୍ୱାସ୍ଥ୍ୟ ବିଗିଡି ଯିବାରୁ ଲାଲୁ ପ୍ରସାଦ ଯାଦବ ୨ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ଚିକିତ୍ସା ସୁବିଧା ଦୃଷ୍ଟିରୁ ବୁଧବାର ଅର୍ଥାତ୍ ୬ ଜୁଲାଇରେ ଲାଲୁଙ୍କୁ ୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଆଣିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଜୁଲାଇ ୩ ସନ୍ଧ୍ୟାରେ ଜଣାପଡିଥିଲା କି ଲାଲୁ ପ୍ରସାଦ ଯାଦବ ସିଡିରୁ ପଡିଯାଇଛନ୍ତି । ଫଳରେ ତାଙ୍କ କାନ୍ଧ ଓ ହାତରେ ଗଭିର ଆଘାତ ଲାଗିଛି । ତେବେ ତୁରନ୍ତ ତାଙ୍କୁ ଏକ ଘଷରାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଏମଆରଆଇ ପରେ ଜଣାପଡିଥିଲା କି ତାଙ୍କ କାନ୍ଧର ହାଡରେ ହେୟାରଲାଇନ ଫ୍ୟାକ୍‌ଚର ହୋଇଛି । ଡାକ୍ତର ତାଙ୍କୁ ୨ ମାସ ବେଡ ରେଷ୍ଟ ନେବାକୁ କହିଛନ୍ତି ।
ଲାଲୁ ଅସୁସ୍ଥ ଥିବା ଜାଣିବା ପରେ ଗରିବଙ୍କ ଦେବଦୂତ କୁହାଯାଉଥିବା ଲାଲୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଫଳରେ ତେଜସ୍ୱୀ ଏକ ଭିଡିଓ ଜାରି କରି ହସ୍ପିଟାଲ ନ ଆସି ଘରେ ଲାଲୁଙ୍କ ପାଇଁ ପ୍ରାର୍ଥନା କରିବାକୁ ତାଙ୍କ ପ୍ରଶଂସକଙ୍କୁ ଅପିଲ କରିଥିଲେ ।

Share