Categories: ଜାତୀୟ

ଆସାମକୁ ୧୪ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ, ଗୁଆହାଟୀ ଏମ୍ସର କଲେ ଉଦ୍‌ଘାଟନ

ଦିଶପୁର,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟକୁ ୧୪ ହଜାର ୩୦୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏଥିସହ ଉତ୍ତର-ପୂର୍ବ ଭାରତର ପ୍ରଥମ ଏମ୍ସ ଏବଂ ୩ଟି ମେଡିକାଲ କଲେଜର ଉଦ୍‌ଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି , ଗତ ୯ ବର୍ଷ ମଧ୍ୟରେ ଉତ୍ତର ପୂର୍ବର ସଂଯୋଗକୁ ନେଇ ଅନେକ ଆଲୋଚନା ହୋଇଛି। ଆଜି ଯିଏ ଏଠାକୁ ଆସନ୍ତି, ସେ ପ୍ରଶଂସା କରନ୍ତି। ସେ ଆହୁରି କହିଛନ୍ତି,ଏଠାରେ ସାମାଜିକ ଭିତ୍ତିଭୂମି ଉପରେ କାର୍ଯ୍ୟ କରାଯାଇଛି। ଏଥିସହ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏଠାରେ ଅନେକ କାର୍ଯ୍ୟ କରାଯାଇଛି। ଆଜି ରାଜ୍ୟରେ ଗୋଟିଏ ଏମ୍ସ ଏବଂ ୩ଟି ମେଡିକାଲ କଲେଜର ଉଦ୍‌ଘାଟନ ସୌଭାଗ୍ୟ ପାଇଲି।

 

Share