ରାତି ୧୧ଟାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଫ୍ରାନ୍ସର ରାଷ୍ଟ୍ରୀୟ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗୁରୁବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କୁ ଅର୍ଲି ବିମାନବନ୍ଦରରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ବାଗତ କରିଛନ୍ତି।
ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ମନ୍ତ୍ରୀ ଏବଂ ନେତାମାନଙ୍କୁ ଭେଟିଛନ୍ତି। ଏହା ପରେ ପରେ ପିଏମ ମୋଦି ରେସ କେ ଲା ସିଏନ ମ୍ୟୁଜିକେଲରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ।

ଭାରତୀୟମାନଙ୍କୁ ସମ୍ବୋଧିତ କରିବା ପରେ ପିଏମ ମୋଦି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାରୀ ବାସଭବନ ଏଲସି ପ୍ୟାଲେସକୁ ଯିବେ। ଯେଉଁଠାରେ ମାକ୍ରୋନ ତାଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବ।

 

Share