ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କ ସହ ବିଶ୍ୱର ଅନେକ ପ୍ରସଙ୍ଗକୁ ନେଇ କାମ କରବାକୁ ଉତ୍ସାହିତ ଅଛି । ଏହାସହ ମୋଦି ରୋଡମ୍ୟାପ ୨୦୩୦ କଥା ବି ଉଠାଇଛନ୍ତି । ସୂଚନାଯୋଗ୍ୟ, ଋଷି ସୁନକଙ୍କୁ ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ କରାଯାଇଛି । କଞ୍ଜରଭେଟିଭ ପାର୍ଟି ଏବେ ଶାସନ କ୍ଷମତାରେ ରହିଛି । ଏଠାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତି । ଋଷି ସୁନକଙ୍କୁ ନିର୍ଦ୍ଦେନ୍ଦ୍ୱରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି ।
ପ୍ରଧାନମନ୍ତ୍ରୀ ଟୁଇଟ କରି ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟରେ ମୋଦି ଲେଖିଛନ୍ତି, ଋଷି ସୁନକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! କାରଣ ଆପଣ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ମୁଁ ବିଶ୍ୱର ଅନେକ ପ୍ରସଙ୍ଗକୁ ନେଇ ଆପଣଙ୍କ ସହକ ମିଶି କାମ କରିବା ଓ ରୋଡମ୍ୟାପ ୨୦୩୦କୁ ଲାଗୁ କରିବାକୁ ନେଇ ଉତ୍ସାହିତ ରହିଛି । ବ୍ରିଟିଶ ଭାରତୀୟଙ୍କ ‘ଜୀବନ ସେତୁ’କୁ ଦୀପାବଳୀର ବିଶେଷ ଅଭିନନ୍ଦନ । ଆମେ ଐତିହାସିକ ସମ୍ପର୍କକୁ ଆଧୁନିକ ଭାଗିଦାରୀରେ ପରିଣତ କରିଦେଉଛୁ ।

Share