Categories: ଜାତୀୟ

୭୨ ବର୍ଷରେ ପଦର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଜନ୍ମଦିନ ଅବସରରେ ମୋଦି ୪ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ପ୍ରଥମେ ଶନିବାର ମୋଦି ନାମିବିୟାରୁ ୮ ଚିତାଙ୍କୁ ଭାରତ ଅଣାଯାଉଥିବା ଅବସରରେ ରାଷ୍ଟ୍ରକୁ ସମ୍ବାଧନ କରିବେ । ଏହା ବ୍ୟତୀତ ମୋଦି ଆଉ ୩ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବି ସମ୍ବୋଧିତ କରିବେ । ଶନିବାର ଅର୍ଥାତ୍ ମୋଦଙ୍କ ଜନ୍ମଦିନରେ ଭାରତୀୟ ଜନତା ପାର୍ଟି(ଭାଜପା) ସେବା ଅଭିଯାନ ପଖୱାଡା ଆରମ୍ଭ କରିବ ।
ରାଷ୍ଟ୍ରକୁ ସମ୍ବୋଧନ କରିବା ପରେ ମୋଦି ମଧ୍ୟପ୍ରଦେଶରେ ସ୍ୱୟଂ ସହାୟତା ଗୋଷ୍ଠୀର ସମ୍ମିଳନୀକୁ ସମ୍ବୋଧିତ କରିବେ । ବିଶ୍ୱକର୍ମା ଜୟନ୍ତି ଅବସରରେ ଆଇଟିଆଇ ଛାତ୍ରଙ୍କ ପ୍ରଥମ ଦିକ୍ଷାନ୍ତ ସମାରୋହରେ ସମ୍ବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଲକ୍ଷ ଛାତ୍ର ସାମିଲ ହେବେ । ସନ୍ଧ୍ୟାରେ ମୋଦି ନ୍ୟାଶନାଲ ଲଜିଷ୍ଟିକ ପଲିସିର ଶୁଭାରମ୍ଭ କରି ନିଜର ବିଚାର ଉପସ୍ଥାପନ କରିବାର କାର୍ଯ୍ୟକମ ରହିଛି ।
ମୋଦିଙ୍କ ଜନ୍ମଦିନରେ ଦେଶ ବିଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Share