Categories: ଜାତୀୟ

ଭାଜପାର ସେବା, ସମର୍ପଣ ଅଭିଯାନ, ଗୋଟିଏ ଦିନରେ ଦ୍ୱିପ୍ରହର ସୁଦ୍ଧା ଦିଆ ସରିଲାଣି ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟିକା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଗୋଟିଏ ଦିନ ମଧ୍ୟରେ ଅର୍ଥାତ୍ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କରୋନା ଟିକା ଦିଆ ସରିଥିବା ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦ୍ୱିପ୍ରହର ପ୍ରାୟ ୧ଟା ସୁଦ୍ଧା ୧ ଲକ୍ଷ କେନ୍ଦ୍ରରେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଲଗାଯାଇଥିବା ସୂଚନା ମିଳିଛି । ଭାଜପା ଦ୍ୱାରା ମୋଦିଙ୍କ ଜନ୍ମଦିନରେ ଆରମ୍ଭ କରାଯାଇଥିବା ଏହି ସେବା ଓ ସମର୍ପଣ କାର୍ଯ୍ୟକ୍ରମ ୨୦ ଦିନ ଧରି ଚାଲିବ । ଅର୍ଥାତ୍ ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିବ ।

Share