Categories: ଜାତୀୟ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେଶନ ଅରଗାନାଇଜେସନ(ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ପାରନ୍ତି। ଏସସିଓ ବୈଠକ ୧୫-୧୬ ସେପ୍ଟେମ୍ବରରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବ। ଏସସିଓ ବୈଠକରେ  ଉଭୟ ମୋଦି ଏବଂ ଶେହବାଜ ଯୋଗଦେବେ। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଏସସିଓ ବୈଠକରେ ଯୋଗଦେବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କ ସହ ଏବଂ ଗଲଓ୍ବାନ୍‌ ଭ୍ୟାଲି ଘଟଣା ପରେ ସି ଜିନପିଙ୍ଗଙ୍କ ସହ ମୋଦିଙ୍କ ସାକ୍ଷାତ ହୋଇନାହିଁ। ଏସସିଓ ସଂଗଠନରେ ଭାରତ, ରୁଷିଆ, ଚାଇନା, ପାକିସ୍ତାନ, କାଜାଖସ୍ତାନ, ଉଜବେକିସ୍ତାନ, ତାଜିକସ୍ତାନ ଏବଂ କିର୍ଗିଜସ୍ଥାନ ସମେତ ମୋଟ ଆଠଟି ସଦସ୍ୟ ଦେଶ ଅଛନ୍ତି।

Share