Categories: ଜାତୀୟ

ଓମିକ୍ରନ୍‌କୁ ନେଇ ହାଇକୋର୍ଟଙ୍କ ଚିନ୍ତା: ନିର୍ବାଚନ ଘୁଞ୍ଚାଇବାକୁ ସରକାର, ନିର୍ବାଚନ କମିଶନଙ୍କୁ ଅପିଲ

ଆହ୍ଲାବାଦ,୨୪ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏପଟେ ରାଜନୈତିକ ଦଳମାନେ ବିଭିନ୍ନ ରାଲି ଓ ଜନସଭା ଆୟୋଜନ କରି ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା ଆରମ୍ଭ କଲେଣି । ଅନ୍ୟପଟେ ଦେଶରେ ଦିନକୁ ଦିନ କରୋନାର ନୂଆ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦେଖି ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କୋର୍ଟ ସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇଦେବାକୁ ଅପିଲ କରିଛନ୍ତି । ଏହାସହ ରାଲି ନ କରି ଟେଲିଭିଜନ ଓ ଖବରକାଗଜ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି । ଏପରି ନ କରାଗଲେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେବା ସହ ଏହା ଦେଶ ପାଇଁ ବି ବିପଦ ସାଜିବ ।

Share