Categories: ଜାତୀୟ

ଏଣିକି ଭାରତ-ସିଙ୍ଗାପୁର ମଧ୍ୟରେ ଡିଜିଟାଲ୍‌ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ,୨୧।୨: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗ ମଙ୍ଗଳବାର ଏକ ବଡ଼ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ୟୁପିଆଇ ଅର୍ଥାତ୍‌ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେନାଓକୁ ସଂଯୋଗ କରି ଦୁଇ ଦେଶ ମଧ୍ୟରେ କ୍ରସ୍‌-ବର୍ଡର ପେମେଣ୍ଟ କନେକ୍ଟିଭିଟି ଆରମ୍ଭ କରାଯାଇଛି। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ଆରମ୍ଭ କରିଛନ୍ତି।
ଏହି ସୁବିଧା ଭାରତରୁ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରବି ମେନନଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରିଅଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସୀମା ସଂଯୋଗରେ ଅତି ସହଜରେ ଏବଂ ଶୀଘ୍ର ଟଙ୍କା ସ୍ଥାନାନ୍ତର କରାଯାଇପାରିବ।
ଏହଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଉଭୟ ଦେଶ ପାଇଁ ଅତ୍ୟନ୍ତ ଅଭିନନ୍ଦନ। ମୁଁ ଭାରତ ଏବଂ ସିଙ୍ଗାପୁରର ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ। ସିଙ୍ଗାପୁରରେ ରହୁଥିବା ଭାରତୀୟମାନେ ୟୁପିଆଇ ମାଧ୍ୟମରେ ଭାରତକୁ ଟଙ୍କା ସ୍ଥାନାନ୍ତର କରିବାରେ ସହଜ ଅନୁଭବ କରିବେ। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏହା ଏକ ଐତିହାସିକ ସଫଳତା। ଉଭୟ ଦେଶର ନାଗରିକମାନେ ମୋବାଇଲରେ ପରସ୍ପରର ଦେଶର ଲୋକଙ୍କୁ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାରେ ସକ୍ଷମ ହେବେ। ବିଶେଷ କରି ଛାତ୍ର, ବୃତ୍ତିଗତ ଏବଂ ସାଧାରଣ ନାଗରିକମାନେ ଉପକୃତ ହେବେ।

Share