Categories: ଜାତୀୟ

ୟୁକ୍ରେନ୍ ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଦ୍ୱାରା ସମାଧାନ କରିହେବ: ମୋଦି

ନୂଆଦିଲ୍ଲୀ,୨ ।୩: ରାଜଧାନୀ ଦିଲ୍ଲୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ପ୍ରଥମ ଭାରତ ଯାତ୍ରାକୁ ନେଇ ମୁଁ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି । ଗତବର୍ଷ ନିର୍ବାଚନରେ ଇଟାଲୀର ନାଗରିକମାନେ ତାଙ୍କୁ ପ୍ରଥମ ମହିଳା ଓ ସବୁଠାରୁ ଯୁବା ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ଏହି ଐତିହାସିକ ଉପଲବ୍ଧି ପାଇଁ ମୁଁ ତାଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭକାମନା ଦେଉଛି । ମେଲୋନିଙ୍କ ସହ ସାକ୍ଷାତ୍ ପରେ ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଓ ଇଟାଲୀ ତା’ର ଦ୍ୱିପାକ୍ଷିକ ସମ୍ପର୍କର ୭୫ ତମ ବର୍ଷପୂତ୍ତି ପାଳନ କରୁଛି । ଏହି ଅବସରରେ ଆମେ ଭାରତ-ଇଟାଲୀ ସମ୍ପର୍କକୁ ସାମରିକ ଭାଗିଦାରି କରିବାକୁ ନିର୍ଣ୍ଣୟ ନେଇଛୁ । ଆମେ ଆମର ଆର୍ଥିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛୁ ।
ୟୁକ୍ରେନ ସଂଘର୍ଷକୁ ନେଇ ଭାରତ ଆରମ୍ଭରୁ ସ୍ପଷ୍ଟ କରିଥିଲା କି ଏହି ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଜରିଆରେ ସମାଧାନ କରାଯାଇପାରିବ । ଭାରତ ଯେ କୌଣସି ଶାନ୍ତି ପ୍ରକ୍ରିୟାରେ ଭାଗ ନେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ।

Share