Categories: ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଶୀନଗରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି କଂଗ୍ରେସ ଜେନରାଲ ବିପିନ ରାୱତଙ୍କୁ ସଡ଼କର ଗୁଣ୍ଡା ବୋଲି କହୁଥିଲା । ଆଉ ଏବେ ତାଙ୍କରି ନାଁକୁ କଂଗ୍ରେସ ବ୍ୟବହାର କରୁଛି । ମୋଦି ଆହୁରି ମଧ୍ୟ କହିଛନ୍ତି , ଉତ୍ତରାଖଣ୍ଡର ଲୋକେ ସବୁବେଳେ ସଜାଗ ପ୍ରହରି ଭଳି ସିମାରେ ଦେଶକୁ ଜଗି ରହିଛନ୍ତି । ପୌଡି ଗଡୱାଲର ବୀର ସନ୍ତାନ ବିପିନ ରାୱତଙ୍କ ସ୍ମୃତି ମନେପକାଇ ଭାବୁକ କରି ଦେଉଛି । ରାୱତ ପ୍ରମାଣ କରି ଦେଖାଇଲେ ଯେ ଉତ୍ତରଖଣ୍ଡ ଲୋକଙ୍କ ନିକଟରେ କେବଳ ପାହାଡ ଭଳି ସାହାସ ନୁହେଁ ବରଂ ହିମାଳୟ ଭଳି ଉଚ୍ଚ ଚିନ୍ତାଧାରା ବି ରହିଛି ।

Share