Categories: ଜାତୀୟ

ଯେଉଁଠି ଡବଲ ଇଞ୍ଜିନ ସରକାର, ସେଠାରେ ବଢିଯାଏ ବିକାଶର ଗତି: ମୋଦି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକ ବିଧାନସଭା ନିର୍ବାଚନ ଅବସରରେ ଭିଡିଓ କନଫରେନସିଂ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନୁଶାସିତ କର୍ମୀଭାବେ ଆପଣ ସମସ୍ତ କର୍ମୀ ଓ ଜନତାଙ୍କୁ ଦର୍ଶନ କରିବାକୁ ମୁଁ ଆସୁଛି। ରାଜ୍ୟରେ ପ୍ରଚାର କରୁଥିବା ଭାଜପା ନେତା କହୁଛନ୍ତି ପ୍ରଚାର ସମୟରେ ସେମାନଙ୍କୁ କେତେ ଭଲପାଇବା ମିଳୁଛି। ଏହା ଭାଜପା ପ୍ରତି ଲୋକଙ୍କ ବିଶ୍ୱାସକୁ ଦର୍ଶାଉଛି।
ମୋଦି ଆହୁରି ମଧ୍ୟ କହିଛନ୍ତି, ଭାଜପା ଓ ଅନ୍ୟ ଦଳ ମଧ୍ୟରେ ସବୁଠାରୁ ପାର୍ଥକ୍ୟ ହେଉଛି ଆପ୍ରୋଚ। ଆମ ବିରୋଧିଙ୍କ ଏଜେଣ୍ଡା ହେଉଛି ଶାସନ କ୍ଷମତା ହାତେଇବା। ଆମର ଏଜେଣ୍ଡା ହେଉଛି, ଆଗାମି ୨୫ ବର୍ଷରେ ଦେଶକୁ ବିକଶିତ କରିବା, ଗରିବ ମୁକ୍ତ ଦେଶ କରିବା ଓ ଯୁବ ସମାର୍ଥ୍ୟକୁ ସବୁଠାରୁ ଆଗକୁ ବଢାଇବା। ମୋଦି କହିଛନ୍ତି, ଆଗାମୀ ୨୫ ବର୍ଷରେ କର୍ନାଟକର ବିକାଶ ଯାତ୍ରାକୁ ନେତୃତ୍ୱ ଦେବାକୁ ଭାଜପା ଏକ ଯୁବ ଟିମର ନିର୍ମାଣ କରୁଛି।

Share