Categories: ଜାତୀୟ

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି:ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରାବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅକ୍ଟୋବର ୨୧ ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ୧୦୦ କୋଟି ଟିକାକରଣର ମାତ୍ରା କେବଳ ଏକ ଆକଳନ ନୁହେଁ ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନର ଗର୍ଭରେ ଜନ୍ମ ହୋଇଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତର ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ହେଉଛି ବିଜ୍ଞାନ ଜନ୍ମ, ବିଜ୍ଞାନ ଚାଳିତ ଏବଂ ବିଜ୍ଞାନ ଆଧାରିତ ବୋଲି ମୋଦି କହିଛନ୍ତି।
ଭାରତର ଅର୍ଥନୀତି ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତଥା ବିଦେଶରୁ ବିଶେଷଜ୍ଞ ତଥା ବହୁ ଏଜେନ୍ସି ଭାରତର ଅର୍ଥନୀତି ଉପରେ ଅତ୍ୟନ୍ତ ସକରାତ୍ମକ ମତପୋଷଣ କରୁଛନ୍ତି। ଆଜି କେବଳ ଭାରତୀୟ କମ୍ପାନୀଗୁଡିକରେ ରେକର୍ଡ ବିନିଯୋଗ ଆସୁନାହିଁ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି। ଷ୍ଟାର୍ଟ-ଅପରେ ରେକର୍ଡ ବିନିଯୋଗ ସହିତ, ରେକର୍ଡ ଷ୍ଟାର୍ଟ-ଅପ, ୟୁନିକର୍ନ ତିଆରି କରାଯାଉଛି। ଯେପରି ସ୍ବଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନ ଏବଂ ଭାରତୀୟଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବା ପ୍ରତି ଜାଗରଣ ସୃଷ୍ଟି କରିବା ନାହାତି ଆବଶ୍ୟକ। ଭାରତୀୟ ଝାଳ ବୁହାଇ ନିର୍ମାଣ କରୁଥିବା ଜିନିଷ କିଣିବାକୁ ମୋଦି ଅପିଲ୍‌ କରିଛନ୍ତି।

Share