ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ ସଂସ୍କରଣରେ ସେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ ୯/୧୧ ଆତଙ୍କବାଦୀ ଆକ୍ରମଣ (ଯାହାର ଚଳିତ ବର୍ଷ ୨୫ତମ ବାର୍ଷିକୀ ପାଳିତ ହେଉଛି) ବିଷୟରେ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ସର୍ଜିକାଲ ଷ୍ଟ୍ରାଇକର ଉଲ୍ଲେଖ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ କହିଥିଲେ, ‘ମନ କି ବାତ୍’ ମାଧ୍ୟମରେ ଆମେ ଦେଶବାସୀଙ୍କ ସକାରାତ୍ମକ ପ୍ରୟାସ ପାଇଁ ଏକ ମଞ୍ଚ ଯୋଗାଇଥାଉ ଏବଂ ଦେଶର ସଫଳତା ବିଷୟରେ ଆଲୋଚନା କରିଥାଉ। ଭାରତର ଏଭଳି ଏକ ଐତିହାସିକ ସଫଳତା – ସର୍ଜିକାଲ ଷ୍ଟ୍ରାଇକ – ଆଉ ମାତ୍ର ଗୋଟିଏ ଦିନ ପରେ ୧୦ ବର୍ଷ ପୂରଣ କରିବାକୁ ଯାଉଛି।’
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଦଶ ବର୍ଷ ପୂର୍ବେ, ୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ରେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ‘ସର୍ଜିକାଲ ଷ୍ଟ୍ରାଇକ’ (ଲକ୍ଷ୍ୟଭେଦୀ ଆକ୍ରମଣ) କରିଥିଲା। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମର ବୀର ଯବାନମାନେ ଯେଉଁଭଳି ଭାବେ ‘ଲାଇନ ଅଫ କଣ୍ଟ୍ରୋଲ’ (LoC) ଅତିକ୍ରମ କରିଥିଲେ, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହି ସର୍ଜିକାଲ ଷ୍ଟ୍ରାଇକ ସମଗ୍ର ବିଶ୍ୱ ସମ୍ମୁଖରେ ଭାରତର ଆତଙ୍କବାଦ-ବିରୋଧୀ ନୀତିର ଏକ ନୂତନ ଦିଗକୁ ସାହସିକତାର ସହ ପ୍ରଦର୍ଶିତ କରିଥିଲା।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଦୀର୍ଘ ଦିନ ଧରି ଯେଉଁ ଯନ୍ତ୍ରଣା ଭୋଗି ଆସୁଥିଲା, ତା’ର ଏକ ନିର୍ଣ୍ଣାୟକ ଜବାବ ଥିଲା ଏହି ସର୍ଜିକାଲ ଷ୍ଟ୍ରାଇକ। ଗତ ଦଶନ୍ଧି ମଧ୍ୟରେବାଲାକୋଟ ବାୟୁସେନା ଆକ୍ରମଣ (ଏୟାର ଷ୍ଟ୍ରାଇକ) ଠାରୁ ଆରମ୍ଭ କରି ‘ଅପରେଶନ ସିନ୍ଦୂର’ ପର୍ଯ୍ୟନ୍ତଭାରତ ବାରମ୍ବାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଆସିଛି: ଯଦି ଆତଙ୍କବାଦୀମାନେ ଭାରତ ଉପରେ କୁ-ନଜର ପକାଇବାର ସାହସ କରନ୍ତି, ତେବେ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ।’