ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବା ଲାଗି ପ୍ରେରଣା ଦେବା କଥା କହିଛନ୍ତି । ମୋଦି ଟୁଇଟ୍ କରି ଶେହବାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଆତଙ୍କବାଦୀ ମୁକ୍ତ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ, ମୋଦି କହିଛନ୍ତି ଭାରତ ବି ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ପସ୍ତୁତ ରହିଛି ।

Share