ଜୋ ବାଇଡେନ୍‌ଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ୱାଶିଂଟନ,୨୨।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ନେଇଥିଲେ ମଧ୍ୟ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏନେଇ ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି। ତେବେ ରାଷ୍ଟ୍ରପତି ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଗା ରହି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଜୋ ବାଇଡେନ୍‌ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share