ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଟୁଇରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବିରାଟ କୋହଲି ଲେଖିଥିଲେ,ଯେ ଆମ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ଏହାର ଉତ୍ତରରେ ପିଏମ ମୋଦି ଲେଖିଛନ୍ତି, ବିରାଟଙ୍କୁ ଧନ୍ୟବାଦ। ମୁଁ ତୁମକୁ ଏବଂ ଅନୁଷ୍କାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ମୁଁ ନିଶ୍ଚିତ ଯେ ତୁମେ ଦୁହେଁ ଭଲ ମାତାପିତା ହେବ। ସୂଚନାଯୋଗ୍ୟ, ବିରାଟ ଏବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଯାଇଛନ୍ତି। ଅନୁଷ୍କା ମଧ୍ୟ ତାଙ୍କ ସହ ଅଛନ୍ତି। ଗତ ଅଗଷ୍ଟ ମାସରେ ବିରାଟ ପିତା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ୨୦୨୧ ଜାନୁୟାରୀରେ ବିରୁଷ୍କାଙ୍କ ପ୍ରଥମ ସନ୍ତାନ ଜନ୍ମନେବ ବୋଲି ଜଣାପଡିଛି।

Share