ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ କ୍ରିକେଟ ଦେଖିବେ । ସେ ପୁରା ଦେଢ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାଡିୟମରେ ରହିବେ ଓ ଖେଳାଳିଙ୍କ ସହ ସାକ୍ଷାତ୍ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୋଦି ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ. ସାଢେ ୮ଟାରେ ସେ ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହ ଷ୍ଟାଡିୟମରେ ପହଞ୍ଚିବେ । ମୋଦି ଓ ଅଲବାନିଜଙ୍କ ଗସ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ବନ୍ଧୁତାର ୭୫ ବର୍ଷ ପୂରଣର ଅବସର ।
ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ ଏସପିଜି ନିଜ ହାତକୁ ନେଇଛି । ଷ୍ଟାଡିୟମରେ ଏହି ସମୟରେ ୧ ଲକ୍ଷ ଦର୍ଶକ ଉପସ୍ଥିତ ରହି ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ବି ଭାରତ ପାଇଁ ଏକ ରେକର୍ଡ ହେବ । କାରଣ ଏହା ପୂର୍ବରୁ ସବୁଠାରୁ ଅଧିକ ଦର୍ଶକ ଇର୍ଡନ ଗାର୍ଡନ ଷ୍ଟାଡିୟମରେ ଖ୍ରୀଷ୍ଟମାସ ଟେଷ୍ଟ ମ୍ୟାଚ ସମୟରେ ପ୍ରାୟ ୯୦ ହଜାର ଦର୍ଶକ ଉପସ୍ଥିତ ଥିଲେ । ପରେ ଏହାର ଦର୍ଶକଙ୍କ କ୍ଷମତାହୁ କମାଇ ଦେଇ ୬୭୦୦୦ କରି ଦିଆଯାଇଥିଲା ।
ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆସୁଥିବା ଷ୍ଟାଡିୟମରେ ୨୦୦ ଓ ୩୦୫ ଟଙ୍କାର ୭୫ ହଜାର ଟିକେଟ ବିକ୍ରି ସରିଛି । ଷ୍ଟାଡିୟମ ବାହାରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଙ୍ଗ ଲାଗିଛି । ସାଇଟସ୍କ୍ରିନ ସାମ୍ନାରେ ଏକ ଛୋଟ ମଞ୍ଚ କରାଯାଇଛି ଯେଉଁଠାରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ଛୋଟ କାର୍ଯ୍ୟକ୍ରମ ହେବ, କାର୍ଯ୍ୟକ୍ରମ ଶେଷ ହେବା ପରେ ଏହାକୁ ହଟାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri