Categories: ଜାତୀୟ

ଆମେରିକା ଗସ୍ତ କଲେ ମୋଦି, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା, ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀ ଛାଡି ଆମେରିକା ଗସ୍ତରେ ବାହାରି ଯାଇଛନ୍ତି। ସେ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ। ୱାଶିଂଟନ ଡିସିରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦି ବ୍ୟବସାୟିକ ନେତାମାନଙ୍କୁ ମଧ୍ୟ ଭେଟିବେ, ଭାରତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବେ।
ମୋଦିଙ୍କ ଆମେରିକା ଗସ୍ତରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏକ ପ୍ରମୁଖ ଏଜେଣ୍ଡା ହେବ। ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ଶକ୍ତିଶାଳୀ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗିଦାରୀ ଏବଂ ଟେକ୍ନୋଲୋଜି, ଟେଲିକମ, ସ୍ପେସ, ଉତ୍ପାଦନ ଏବଂ ପୁଞ୍ଜି ବିନିଯୋଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛି। ଏହା ସହିତ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ବୋଲି ବର୍ଣ୍ଣନା କରାଯାଇଛି।

Share