Categories: ଜାତୀୟ

ବଲିଭିୟା, ମେକ୍ସିକୋ ପରେ କାଶୀରେ ରୋପ ୱେ ହେବ ପବ୍ଲିକ ଟ୍ରାନ୍ସପୋର୍ଟ,ମୋଦି କରିବେ ଉଦ୍ଦଘାଟନ

ନୂଆଦିଲ୍ଲୀ,୨୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବନାରସ ଗସ୍ତରେ ଯିବେ । ସେଠାରେ ସେ ପ୍ରାୟ ୧୭୮୦ କୋଟି ଟଙ୍କାର ପ୍ରକଳ୍ପ ଜିଲାବାସୀଙ୍କୁ ହସ୍ତାନ୍ତର କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଥମ ସାର୍ବଜନିକ ପରିବହନ ରୋପୱେର ଶିଳାନ୍ୟାଶ କରିବେ । ପ୍ରଧାନମନ୍ତ୍ରୀ ବାରଣାସୀର କ୍ୟାଣ୍ଟ ରେଲ ଷ୍ଟେଶନରେ ଏହାର ଶିଳାନ୍ୟାସ କରିବେ, ଯାହାପାଇଁ ଏବେ ଯୁଦ୍ଧସ୍ତରରେ ପ୍ରସ୍ତୁତି ଚାଲିଛି ।

ରୋପୱେ ହେବା ପରେ କାଶୀ ବିଶ୍ୱନାଥ ଯାଉଥିବା ଶ୍ରଦ୍ଧାଳୁଙ୍କ ଯିବା ଆସିବା ସହଜ ହୋଇଯିବ । ରେଲୱେ ଷ୍ଟେଶନ ପହଞ୍ଚିବା ପରେ ପର୍ଯ୍ୟଟକ ମାତ୍ର କିଛି ସମୟ ମଧ୍ୟରେ ଗୌଦୌଲିୟା ପହଞ୍ଚିଯିବେ ଓ ବାବା ବିଶ୍ୱନାଥଙ୍କ ଦର୍ଶନ କରିବାକୁ ଯାତ୍ରା କରିବେ । ରୋପ ୱେ ଚାଲିବା ଆରମ୍ଭ ହେଲେ ୧ରୁ ଦେଢ ଘଣ୍ଟା ସମୟର ଯାତ୍ରା ମାତ୍ର ୧୬ ମିନିଟରେ ଶେଷ ହେବ ।

Share