Categories: ଜାତୀୟ

ଦେଓଘର ବିମାବନ୍ଦରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୨ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡଖଣ୍ଡର ଦେଓଘରକୁ ହଜାର କୋଟି ବିକାଶ ପରିଯୋଜନାର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୮୦୦ କୋଟିରୁ ଊର୍ଦ୍ଧ୍ୱ ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ । ଏହି ସମୟରେ ମୋଦି ଦେଓଘର ବିମାନବନ୍ଦରର ଉଦଘାଟନ କରିବେ । ଏହା ପୂର୍ବରୁ ୨୫ମେ ୨୦୧୮ରେ ମୋଦି ଏହି ବିମାନବନ୍ଦରର ଶିଳାନ୍ୟାସ କରିଥିଲେ ।
ସୂଚନାଯୋଗ୍ୟ, ଦେଓଘର ବିମାନ ବନ୍ଦର ଝାଡଖଣ୍ଡର ଦ୍ୱିତୀୟ ଅନ୍ତର୍ଜାତିୟ ବିମାନ ବନ୍ଦର । ଏହା ଝାଡଖଣ୍ଡର ରାଜଧାନୀ ରାଞ୍ଚି ପରେ ଦ୍ୱିତୀୟ ବିମାନ ବନ୍ଦର ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ୨୦୧୪ ପୂର୍ବରୁ ଦେଶରେ କେବଳ ୭୪ଟି ବିମାନ ବନ୍ଦର ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)ର ନରେନ୍ଦ୍ର ମୋଦି ସରକାର ଆସିବା ପରେ ଏବେ ଭାରତରେ ବିମାନବନ୍ଦର ସଂଖ୍ୟା ୧୦୪ରେ ପହଞ୍ଚିଲାଣି ।
ମୋଦି ଏକ ଟୁଇଟରେ କହିଛନ୍ତି, ମଙ୍ଗଳବାର ଝାଡଖଣ୍ଡ ଓ ବିହାର ଗସ୍ତକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ଦ୍ୱିପ୍ରହରରେ ସେ ଦେଓଘରରେ ପହଞ୍ଚିବେ । ଏହି ସମୟରେ ସେ ୧୬,୮୦୦ କୋଟି ଟଙ୍କାର ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ କରିବେ । ଏହି ସମୟରେ ସେ ଏମ୍ସ, ଦେବଘରରେ ଇନ-ପେସେଣ୍ଟ ଡିପାର୍ଟମେଣ୍ଟ(ଆଇପିଡି) ଓ ଅପରେଶନ ଥିଏଟର ସେବାକୁ ରାଷ୍ଟ୍ରକୁ ସମର୍ପିତ କରିବେ ।

Share