Categories: ଜାତୀୟ

ଖ୍ରୀଷ୍ଟମାସ ଅବସରରେ ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧୨: ରବିବାର ୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ କଥା ହେବେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିବେ । ଗତ ସପ୍ତାହରେ ମୋଦି ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିଜ ନିଜ ବିଚାରକୁ ପଠାଇବାକୁ ଅନୁରୋଧ କରିଥିଲେ ।
ମୋଦି ଟୁଇଟ କରି କହିଥିଲେ ଚଳିତ ବର୍ଷ ୨୦୨୨ର ଶେଷ ମନ କି ବାତ କାର୍ଯ୍ୟକ୍ରମ ଚଳିତ ମାସ ୨୫ ତାରିଖକୁ ହେବ । ଏହି କାର୍ଯ୍ୟକ୍ରମ ପାଇଁ ଆପଣଙ୍କ ବିଚାର ପାଇବାକୁ ମୁଁ ଉତ୍ସୁକ ଅଛି । ସୂଚନାଯୋଗ୍ୟ, ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ ୨୫ ଡିସେମ୍ବର ୨୦୨୨ ସକାଳ ୧୧ରେ ପ୍ରଚାର କରାଯିବ । କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡଓ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ସମାଚାର ୱେବସାଇଟ ଓ ନ୍ୟୁସୋନାୟାର ମୋବାଇଲ ଆପରେ ପ୍ରସାରିତ କରାଯିବ । ଅନୁମାନ କରାଯାଉଛି କି କରୋନାକୁ ନେଇ ମୋଦି ଏଥର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇପାରନ୍ତି ।

Share