Categories: ଜାତୀୟ

ତୁକାରାମ ମହାରାଜ ମନ୍ଦିରର ଉଦ୍‌ଘାଟନ କଲେ ମୋଦି

ପୁଣେ,୧୪ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେରେ ଜଗଦଗୁରୁ ଶ୍ରୀସନ୍ଥ ତୁକାରାମ ମହାରାଜଙ୍କ ମନ୍ଦିରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଦେହୁର ଶିଳା ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ ଭବିଷ୍ୟତକୁ ପ୍ରସସ୍ତ କରୁଛି । ଏହି ପବିତ୍ର ସ୍ଥାନର ପୁନର୍ନିମାଣ ହୋଇଥିବାରୁ ମନ୍ଦିର ପ୍ରଶାସନ ଓ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛ ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ଶାସ୍ତ୍ରରେ ରହିଛି ମନୁଷ୍ୟ ଜନ୍ମରେ ସବୁଠାରୁ ଦୁର୍ଲଭ ହେଉଛି ସନ୍ଥଙ୍କ ସହ ସତସଙ୍ଗ । ସନ୍ଥଙ୍କ ଅନୁଭୁତି ହୋଇଗଲେ ଈଶ୍ୱରଙ୍କ ଅନୁଭୁତି ଆପଣାଛାଏଁ ଚାଲି ଆସିଥାଏ । ତେଣୁ ଆଜି ଦେହୁର ଏହି ପବିତ୍ର ତୀର୍ଥଭୂମିକୁ ଆସି ମୋତେ ସେହିପରି ଅନୁଭୁତି ହେଉଛି ।

Share