Categories: ଜାତୀୟ

ଆଜି ଆମେରିକା ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୦।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକା ଗସ୍ତ କରୁଛନ୍ତି। ଏହା ଏକ ମହତ୍ୱପୂର୍ଣ୍ଣ ଯାତ୍ରା ବୋଲି କୁହାଯାଉଛି।ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ବୈଦେଶିକ ସଚିବ ବିନୟ କ୍ୱାତ୍ରା ସୋମବାର କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଏକ ମାଇଲଖୁଣ୍ଟ ଅଟେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗର ଭଲ ଫଳାଫଳ ଆଶା କରାଯାଏ, ପ୍ରତିରକ୍ଷା ସହ-ଉତ୍ପାଦନ ଏବଂ ଉଭୟ ପକ୍ଷର ସହ-ବିକାଶରେ ଘନିଷ୍ଠ ସହଯୋଗ ପାଇଁ ବ୍ଲୁ ପ୍ରିଣ୍ଟ ଉପସ୍ଥାପନା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Share