Categories: ଜାତୀୟ

ସର୍ଦ୍ଦାର ପଟେଲଙ୍କ ଜୟନ୍ତିରେ କେବଡିୟାରେ ଏକତାର ଶପଥ ଦେଲେ ମୋଦି

ଗାନ୍ଧିନଗର,୩୧ ।୧୦: ସର୍ଦ୍ଦାର ପଟେଲଙ୍କ ୧୪୭ ତମ ଜୟନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ୩୧ ଅକ୍ଟୋବର ୨୦୨୨ ସୋମବାର ଗୁଜରାଟର କେବଡିୟାରେ ପହଞ୍ଚି ଏକତା ଦିବସର ପରେଡରେ ଯୋଗ ଦେଇ ରାଷ୍ଟ୍ରୀୟ ଏକତାର ଶପଥ ଦେଇଛନ୍ତି । ଏପଟେ ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ରନ ଫର ୟୁନିଟିକୁ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ସାରା ଦେଶରେ ୩୧ ଅକ୍ଟୋବରକୁ ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ପାଳନ କରାଯାଉଛି । ଏହି ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରି ମୋଦି ଗୁଜରାଟରେ ତ ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୋଦିଙ୍କୁ ଗୁଜରାଟ ଗସ୍ତର ସୋମବାର ହେଉଛି ଦ୍ୱିତୀୟ ଦିନ । ସେ ୩୧ ଅକ୍ଟୋବର ଓ ୧ ନଭେମ୍ବରରେ ଗୁଜରାଟରେ ରହିବେ ।

Share