Categories: ଜାତୀୟ

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିକ୍ଷାନ୍ତ ସମାରୋହରେ ପ୍ରାୟ ୧୭,୫୯୧ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ଓ ଡିପ୍ଲାମାରେ ସମ୍ମାନୀତ କରାଯିବ । ଏହି ଅବସରରେ ମୋଦି କହିଛନ୍ତି ଆମ ସରକାର ତାମିଲନାଡୁରେ ୧୧ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯେଉଁ ଜିଲାରେ ମେଡିକାଲ ନାହିଁ ସେହି ଜିଲାମାନଙ୍କରେ ଏହା ସ୍ଥାପନ କରାଯିବ । ଆଉ ପ୍ରତ୍ୟେକ କଲେଜ ପାଇଁ ଭାରତ ସରକାର ୨ ହଜାର କୋଟି ଟଙ୍କା ଯୋଗାଇ ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ଡାକ୍ତରୀ ପେଶା ହେଉଛି ସବୁଠାରୁ ସମ୍ମାନଜକ ପେଶା । ଏବେ ମହାମାରୀ ପରେ ଏହି ସମ୍ମାନ ଆହୁରି ବଢି ଯାଇଛି । ଏହାସହ ୨୦୧୪ରେ ଦେଶରେ କେବଳ ୬ଟି ଅଲ ଇଣ୍ଡିଆ ମେଡିକାଲ କଲେଜ ଅଫ୍ ସାଇନସେସ୍‌(ଏମ୍ସ) ଥିବା ବେଳେ ୬ ବର୍ଷ ମଧ୍ୟରେ ଆମ ସରକାର ଆଉ ୧୫ ଏମ୍ସକୁ ସ୍ୱୀକୃତି ଦେଇଛନ୍ତି । ସେହିପରି ୬ ବର୍ଷ ମଧ୍ୟରେ ୩୦ ହଜାରରୁ ଅଧିକ ଏମ୍‌ବିବିଏସ୍ ସିଟ୍ ବୃଦ୍ଧି ହୋଇଛି ।

Share