ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଯିବାର କାର୍ଯ୍ୟକ୍ରମ ରହିଛି। ସର୍ବପ୍ରଥେମେ ମୋଦି ଅହମଦାବାଦରେ ଜାଇଡସ୍‌ କେଡିଲା କେନ୍ଦ୍ର ଗସ୍ତ କରିବେ। ଏହାପରେ ସେ ପୁଣେର ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଗସ୍ତ କରିବେ। କୋଭିଡ-୧୯ ଭାକ୍ସିନକୁ ନେଇ ସିରମ ବ୍ରିଟିଶ କମ୍ପାନୀ ଏଷ୍ଟ୍ରୋଜେନେକା ସହ ଚୁକ୍ତି କରିଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କେନ୍ଦ୍ରକୁ ଯିବେ। ସେଠାରେ ସ୍ବଦେଶୀ ଭାକ୍ସିନ ଉପରେ କାର୍ଯ୍ୟ କରାଯାଉଥିବା ବେଳେ ମୋଦି ଭାକ୍ସିନକୁ ଦେଖିବା ସହ ଏହାର ପ୍ରସ୍ତୁତି ସମୀକ୍ଷା କରିବେ। ସୂଚନା ମୁତାବକ ଏଥିପାଇଁ ମୋଦି ଶନିବାର ସକାଳେ ୯ଟା ୩୦ରେ ଗୁଜରାଟରେ ପହଞ୍ଚିବେ ବୋଲି କୁହାଯାଉଛି।

 

Share