Categories: ଜାତୀୟ

୧୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧: ଆସନ୍ତା ସପ୍ତାହଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକା ଦାନ ବ୍ୟବସ୍ଥା। ଏହା ପୂର୍ବରୁ ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଦ୍ୱାରା ବୈଠକ ଯୋଗ ଦେବେ। ଏ ବୈଠକରେ ଟିକା ଦାନ ସଂପର୍କରେ ଆଲୋଚନା କରାଯିବ।

ଆସନ୍ତା ୧୩-୧୪ ତାରିଖ ବେଳକୁ ପୂରା ଦେଶରେ କରୋନା ଟିକା ଦାନ ଆରମ୍ଭ ହୋଇଯିବ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏଥିପାଇଁ ଶୁକ୍ରବାର ସାରା ଦେଶରେ ୨ୟ ଥର ପାଇଁ ଟିକା ଦାନର ପ୍ରାକ ଅଭ୍ୟାସ କରାଯାଇଛି , ଯାହାକୁ ଯାଞ୍ଚ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ।

Share