Categories: ଜାତୀୟ

ଅକ୍ଟୋବର ୧୧ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦି

ଭୋପାଳ,୨୦।୯: ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି। ଟୁଇଟ୍‌ କରି କହିଛନ୍ତି,”ମହାକାଳେଶ୍ବର ମନ୍ଦିରର ଭବ୍ୟ ଦୃଶ୍ୟ । ଯାହା ଅବିସ୍ମରଣୀୟ ଏବଂ ଅଲୌକିକ ଅଟେ । ବାବା ମହାକାଳଙ୍କ କୃପା ସଭିଙ୍କ ଉପରେ ଥାଉ, ଏହା ହିଁ କାମନା କରୁଛି। ୭୫୦ କୋଟି ବ୍ୟୟ ଅଟକଳରେ ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଇଥିଲା । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ ହୋଇଥିଲା ।

Share