Categories: ଜାତୀୟ

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଶେହତୁତ ଡ୍ୟାମକୁ ନେଇ ହେବାକୁ ଥିବା ଚୁକ୍ତିକୁ ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ଡ୍ୟାମରୁ କାବୁଲର ୨୦ ଲକ୍ଷ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସୁବିଧା ମିଳିବ ଓ ଏହାଦ୍ୱାରା ସେମାନେ କ୍ଷେତରେ ମଧ୍ୟ ପାଣିର ସୁବିଧା ପାଇ ପାରିବେ । ଏହି ଡ୍ୟାମର ନିର୍ମାଣ କାବୁଲର ନଦୀ ଉପରେ କରାଯିବ ଯାହା ଆଫଗାନିସ୍ତାନର ୫ ନଦୀ ଭିତରୁ ଗୋଟିଏ । ଶହତୁତ ଡ୍ୟାମ ବ୍ୟତୀତ ଭାରତ ଆଫଗାନିସ୍ତାନରେ ଆହୁରି ୮୦ ମିଲିୟନ ଡଲାର ମୂଲ୍ୟର ପ୍ରୋଜେକ୍ଟ ନିର୍ମାଣ କରିବାକୁ କଥା ଦେଇଛି । ଯୁଦ୍ଧଗ୍ରସ୍ତ ଦେଶରେ ପ୍ରାୟ ୧୫୦ ପ୍ରୋଜେକ୍ଟ ନିର୍ମାଣ କରିବାକୁ ଭାରତ କଥା ଦେଇଛି । ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର ଜେନେଭା ଡୋନର୍ସ କନଫରେନ୍ସରେ କାବୁଲ ନଦୀ ଉପରେ ଶହତୁତ ଡ୍ୟାମ ନିର୍ମାଣ କରିବାକୁ ଘୋଷଣା କରିଥିଲେ ।

Share