Posted inଜାତୀୟ

ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନକୁ ସବୁଜ ପତାକା ଦେଖାଇବେ ପିଏମ ମୋଦି; ଏହି ସବୁ ରୁଟ୍‌ରେ ଚାଲିବ…

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଜିନ୍ଦଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନର ଶୁଭାରମ୍ଭ କରିବେ। ଏହାସହ ଭାରତ ବିଶ୍ୱର ସେହି କେତେକ ସୀମିତ ଦେଶଙ୍କ ମଧ୍ୟରେ ସାମିଲ ହେବ, ଯେଉଁଠାରେ ହାଇଡ୍ରୋଜେନ୍‌ ଟ୍ରେନ ଚାଲିଥାଏ। ଏହି ଟ୍ରେନ ଜିନ୍ଦ-ସୋନିପତ ମଧ୍ୟରେ ୮୯ କିଲୋମିଟରର ରୁଟ୍‌ରେ ଚାଲିବ। ୧୦ଟି କୋଚ ବିଶିଷ୍ଟ ଏହି ଟ୍ରେନ ବିଶ୍ୱର ସବୁଠାରୁ ଲମ୍ବା ଏବଂ ଶକ୍ତିଶାଳୀ ହାଇଡ୍ରୋଜେନ୍‌ ଟ୍ରେନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଚାଇନା, ଜର୍ମାନୀ, ଫ୍ରାନ୍ସ ଭଳି ଦେଶମାନେ ହାଇଡ୍ରୋଜେନ୍‌ ଟ୍ରେନର ପରୀକ୍ଷଣ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ମାତ୍ର ଦୁଇ-ତିନି କୋଚ ବିଶିଷ୍ଟ ଟ୍ରେନ ରହିଛି।

ରେଳବାଇର ଯୋଜନା ଅନୁଯାୟୀ, କାଲକା-ଶିମଲା ଭଳି ହେରିଟେଜ ରୁଟ୍‌ରେ ମଧ୍ୟ ହାଇଡ୍ରୋଜେନ୍‌ ଟ୍ରେନ ଚଲାଯିବ। ଏହି ଟ୍ରେନର ସର୍ବାଧିକ ୧୧୦ କିଲୋମିଟର/ଘଣ୍ଟା ବେଗରେ ଚାଲିବା ପାଇଁ ପ୍ରସ୍ତୁତ କରାଯାଇଛି, କିନ୍ତୁ ଜିନ୍ଦ-ସୋନିପତ ରୁଟ୍‌ରେ ଏହା ୭୫ କିଲୋମିଟର/ଘଣ୍ଟା ବେଗରେ ଦୌଡ଼ିବ। କୋଚ ମଝିରେ ଯାତାୟାତ ପାଇଁ ଜାଗା ରଖାଯାଇ ଦୁଇ ପାର୍ଶ୍ୱରେ ତିନି-ତିନି ଜଣ ଯାତ୍ରୀ ବସିବା ପାଇଁ ସିଟ୍‌ ଲଗାଯାଇଛି। ୨,୬୦୦ ଯାତ୍ରୀ କ୍ଷମତା ବିଶିଷ୍ଟ ଏହି ଟ୍ରେନ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ଉପରେ ଆଧାରିତ। ଏହାକୁ ଭାରତରେ ହିଁ ଡିଜାଇନ ଏବଂ ନିର୍ମାଣ କରାଯାଇଛି।

ଏହି ଟ୍ରେନରେ ୨ଟି ହାଇଡ୍ରୋଜେନ୍‌ ଡ୍ରାଇଭିଂ ପାୱାର କାର୍‌ (DPC) ଏବଂ ୮ଟି ଟ୍ରେଲର କୋଚ ଲାଗିଛି। ଏହି ପଦକ୍ଷେପ ଭାରତୀୟ ରେଳବାଇକୁ ‘ନେଟ ଜିରୋ’ ନିର୍ଗମନ ଲକ୍ଷ୍ୟ ପଥରେ ଆଗେଇ ନେବ। ରେଳବାଇର ଦାବି ଅନୁଯାୟୀ, ସୁରକ୍ଷା ମାମଲାରେ ଏହାକୁ ଜର୍ମାନୀର ପ୍ରସିଦ୍ଧ ଏଜେନ୍ସି TV SD ଏବଂ ପେସୋ (PESO – ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ) ପକ୍ଷରୁ ଏନଓସି (NOC) ପ୍ରଦାନ କରାଯାଇଛି।

ଏହି ଟ୍ରେନ ପାଇଁ ରେଳବାଇ ପକ୍ଷରୁ ଜିନ୍ଦଠାରେ ଭାରତର ସବୁଠାରୁ ବଡ଼ ହାଇଡ୍ରୋଜେନ୍‌ ରିଫ୍ୟୁଲିଂ ସେଣ୍ଟର ସ୍ଥାପନ କରାଯାଇଛି। ଏହା ୩ଟି ପର୍ଯ୍ୟାୟରେ କାର୍ଯ୍ୟ କରିଥାଏ। ଏଥିରେ, ଇଲେକ୍ଟ୍ରୋଲିସିସ ପ୍ରକ୍ରିୟା ମାଧ୍ୟମରେ ପାଣିରୁ ହାଇଡ୍ରୋଜେନ ପ୍ରସ୍ତୁତ କରାଯାଏ। ଏହାପରେ ହାଇଡ୍ରୋଜେନ ଗ୍ୟାସକୁ ୫୦୦ ବାରରେ ଅତ୍ୟଧିକ ଚାପ ପ୍ରୟୋଗ କରି କମ୍ପ୍ରେସ କରାଯାଏ। ଶେଷରେ ଦୁଇଟି ଡିସପେନସର ସାହାଯ୍ୟରେ ଟ୍ରେନରେ ଗ୍ୟାସ ଭର୍ତ୍ତି କରାଯାଇଥାଏ।

 

Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ସେପ୍ଟେମ୍ୱର ୧୫ରୁ…

ନୂଆଦିଲ୍‌ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ)…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ! ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ସନ୍ଦେହଜନକ ଅବସ୍ଥାରେ…

କୋଲକାତା,୧।୯: ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି।…

ୟୁଟର୍ନ ନେଲା CJP: ସୁପ୍ରିମକୋର୍ଟରେ କହିଲା ଏହି କଥା, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧।୯: କକରୋଚ ଜନତା ପାର୍ଟି (CJP) ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର (୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଶୁଣାଣି ସମୟରେ CJPର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri