Categories: ଜାତୀୟ

‘ଯେତେବେଳେ ଭାରତ ଆଗକୁ ବଢୁଛି, ସେତେବେଳେ ବିଶ୍ୱ ଆଗକୁ ବଢୁଛି’, ନୂଆ ସଂସଦରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନ ଉଦଘାଟନର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଯାଇଥାଏ। ମେ ୨୮ ହେଉଛି ସେମିତି ଏକ ଦିନ। ମୋଦି କହିଛନ୍ତି, ଏହା କେବଳ ଏକ ଭବନ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଆକାକ୍ଷାଂ ଓ ସ୍ବପ୍ନର ପ୍ରତିବିମ୍ବ।

ମୋଦି କହିଛନ୍ତି ଯେ ଆଜି ଦେଶ ପାଇଁ ଶୁଭ ଦିନ। ସ୍ବାଧୀନତାର ୭୫ବର୍ଷ ପୂରଣ ହେବାପରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅମୃତ ମହୋତ୍ସବରେ ଭାରତର ଲୋକମାନେ ସଂସଦର ଏହି ନୂତନ କୋଠାକୁ ସେମାନଙ୍କର ଗଣତନ୍ତ୍ରକୁ ଉପହାର ଦେଇଛନ୍ତି। ରବିବାର ସକାଳେ ସଂସଦ ଭବନ କମ୍ପ୍ଲେକ୍ସରେ ଏକ ସର୍ବ-ଧାର୍ମିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା, ମୁଁ ଭାରତୀୟ ଗଣତନ୍ତ୍ରର ଏହି ସୁବର୍ଣ୍ଣ ମୁହୂର୍ତ୍ତ ପାଇଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛ।

Share