Categories: ଜାତୀୟ

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କେବଳ କଂଗ୍ରେସକୁ ଟାର୍ଗେଟ କରନ୍ତି: ଥରୁର

ନୂଆଦିଲ୍ଲୀ,୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଏବେ ଏହାକୁ ନେଇ କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପୂର୍ଣ୍ଣ ଭାଷଣରେ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହା କେବଳ ରାଜନୈତିକ ଭାଷଣ ଥିଲା ଯେଉଁଥିରେ କେବଳ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା । ମୋତେ ଖୁସି ଲାଗୁଛି କି କଂଗ୍ରେସକୁ ମୋଦି ଏମିତି ନଜରରେ ଦେଖୁଛନ୍ତି ।
ଥରୁର ଆହୁରି ମଧ୍ୟ କହିଛନ୍ତି, ମୁଁ କିଛି ବର୍ଷ ପୂର୍ବରୁ କହିଥିଲି ଅସଲ ‘ଟୁକଡା ଟୁକଡା ଗ୍ୟାଙ୍ଗ’ ହେଉଛି ଭାଜପା ।ଯିଏ ଧର୍ମ ଆଧାରରେ ହିନ୍ଦୁ-ମୁସଲମାନଙ୍କୁ ଅଲଗା କରିଛି, ଭାଷା ଆଧାରରେ ଜନତାଙ୍କ ବିଭାଜନ, ଉତ୍ତର ଦକ୍ଷିଣ ଭାରତକୁ ବାଣ୍ଟିଛି ।

Share