Categories: ଜାତୀୟ

ରିଜ ମଇଦାନରେ ମୋଦି

ଶିମଲା,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ଶାସନକୁ ୮ ବର୍ଷ ପୂରଣ ହୋଇଛି । ଏହି ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶିମଲାର ରିଜ ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମୋଦିଙ୍କୁ ପାଖରୁ ଦେଖିବା ଓ ତାଙ୍କ ସହ କଥା ହେବା ପାଇଁ ହଜାର ହଜାର ଜନତା ରିଜ ମଇଦାନରେ ପହଞ୍ଚି ସାରିଥିଲେ । ମୋଦି ଦେଶର ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ଲାଭାର୍ଥିଙ୍କ ସହ କଥା ହୋଇଛନ୍ତି ।

ଭର୍ଚୁଆଲି ସେ ୧୭ଟି ଯୋଜନାର ଲାଭାର୍ଥିଙ୍କ ସହ କଥା ହୋଇଛନ୍ତି । ଏହାପରେ ଜଣେ ଲାଭାର୍ଥି କହିଛନ୍ତି ଜୀବନ ସହଜ ହୋଇଯାଇଛି । ଲାଭାର୍ଥିଙ୍କ ସହ କଥା ହେବା ସମୟରେ ସେମାନେ କହିଛନ୍ତି ପୂର୍ବରୁ ଯେଉଁଠାରେ ସ୍ୱାସ୍ଥ୍ୟ ସୁବିଧା ନ ଥିଲା ଆଜି ସେଠାରେ ସ୍ୱାସ୍ଥ୍ୟ ଚେକ୍‌ଅପ୍ ହେଉଛି । ଅନ୍ୟପଟେ ବଟମ ଦବାଇ ମୋଦି ୧୦ କୋଟିରୁ ଅଧିକ କୃଷକଙ୍କୁ ୨୧ ହଜାର କୋଟିରୁ ଅଧିକ ସମ୍ମାନ ରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି । ରିଜ ମଇଦାନରେ ଆୟୋଜିତ ମେଗା ଶୋ’ରେ ହଜାର ହଜାର ସଂଖ୍ୟାରେ କର୍ମୀ ରୁଣ୍ଡ ହୋଇଛନ୍ତି ।

 

Share