Categories: ଜାତୀୟ

ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି ଭିତରେ ସେ ବିମାନ ଯାତ୍ରା କରୁଥିବା ବେଳେ ଏହାର କିଛି ଫଟୋ ଟୁଇଟ୍ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ କିଛି ଫାଇଲ ଧରି କାମ କରୁଛନ୍ତି । ତେବେ ଫଟୋ ଟୁଇଟ୍ କରି ମୋଦି ଲେଖିଛନ୍ତି, ଲମ୍ବା ଯାତ୍ରା ଅର୍ଥ କିଛି ପେପର ଓ ଫାଇଲ ୱାର୍କ କରିବାର ଅବସର । ଆମେରିକା ଗସ୍ତ ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିବେ ଓ ୨୪ ସେପ୍ଟେମ୍ବରରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ସାକ୍ଷାତ୍ କରିବେ । ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ମୋଦିଙ୍କ ସହ ପ୍ରଥମ ସାକ୍ଷାତ୍‌କାର ହେବ । ଏହା ବ୍ୟତୀତ ମୋଦି ଆଉ କେତେଜଣ ନେତାଙ୍କ ସହ ସାକ୍ଷାତ୍ କରିବେ ଓ ଜାତିସଂଘ ମହାସଭା (ୟୁଏନ୍‌ଜିଏ)କୁ ସମ୍ବୋଧିତ କରିବେ ।

Share