ଆମେରିକା ଗସ୍ତ ଶେଷ କରିବା ପରେ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଓ୍ବାଶିଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆମେରିକାର ରାଜକୀୟ ଗସ୍ତ ଶେଷ କରିବା ପରେ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେଐତିହାସିକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଯାତ୍ରା ଶେଷରେ ଏକ ସ୍ବତନ୍ତ୍ର ଟୁଇଟ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକୀୟ ଗସ୍ତର ବିଶେଷ ମୂହୁର୍ତ୍ତଗୁଡିକର ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ଏକ ବିଶେଷ ସ୍ବତନ୍ତ୍ର ଆମେରିକା ଗସ୍ତ ସମାପ୍ତ, ଯେଉଁଠାରେ ମୁଁ ଭାରତ-ଆମେରିକା ବନ୍ଧୁତାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଏବଂ ପାରସ୍ପରିକ ଯୋଗଦାନରେ ସାମିଲ ହେବାକୁ ସୁଯୋଗ ପାଇଛି। ଆମ ଦେଶକୁ ଆଗାମୀ ପିଢିଙ୍କ ପାଇଁ ଏକ ଉତ୍ତମ ସ୍ଥାନ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଥିଲେ ଏବଂ ଆମେରିକା କଂଗ୍ରେସ(ସଂସଦ)ର ମିଳିତ ଅଧିବେଶନରେ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ୧୯୯୭ରୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ଗସ୍ତ ହେବ।

Share