Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ୧୫୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୮ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ଆଇପିସି ଧାରା ୨୮୩ ଅନୁଯାୟୀ ୧୫୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରିଛି । କୁଲଗଡି ଥାନାରେ ଏହା ଦାଖଲ କରାଯାଇଥିବା ସୂଚନା ମିଳିଛି । ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିବା ରିପୋର୍ଟରେ କହିଛି ଘଟଣାକୁ ନେଇ ଫିରୋଜପୁରରେ ଏକ ଏଫ୍‌ଆଇଆର୍ ଦାଖଲ କରାଯାଇଛି । ପଞ୍ଜାବ ସରକାର କହିଛନ୍ତି ମୋଦିଙ୍କ ଗସ୍ତ ସମୟରେ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ । ଏହି ଘଟଣାର ଯାଞ୍ଚ ପାଇଁ ଗୁରୁବାର ୨ ସଂସଦୀୟ ସମିତି ଗଠନ କରାଯାଇଛି । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମିତିକୁ କୁହାଯାଇଛି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏକ ଟିମ୍ ଫିରୋଜପୁର ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ । ଏତିକିବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଏକ ରିପୋର୍ଟ ଦେଇଥିଲେ, ଯେଉଁଥିରେ କୁହାଯାଇଛି ମୋଦିଙ୍କ ସୁରକ୍ଷା ଘଟଣାକୁ ନେଇ ଏକ ଏଫ୍‌ଆଇଆର୍ ଦାଖଲ କରାଯାଇଛି ।

Share