Categories: ଜାତୀୟ

ଦେଶବାସୀଙ୍କୁ ଏହି ଧାରାବାହିକ ଦେଖିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦୂରଦର୍ଶନରେ ‘ସ୍ବରାଜ-ଭାରତ କେ ସ୍ବତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକ ଦେଖିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରତି ରବିବାର ରାତି ୯ଟାରେ ଏହା ପ୍ରସାରିତ ହେବ,ଯାହା ୭୫ ସପ୍ତାହ ଚାଲିବ। ଏହାକୁ ଦେଖିବା ପାଇଁ ସମୟ ବାହାର କରନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପିଲାମାନଙ୍କୁ ମଧ୍ୟ ଦେଖାନ୍ତୁ। ଏହା ଆମ ଦେଶରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଏକ ନୂତନ ସଚେତନତା ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବର ରଙ୍ଗ କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଦେଖାଯାଉଛି। ବୋତସ୍ବାନାରେ ରହୁଥିବା ଜଣେ ସ୍ଥାନୀୟ ଗୀତିକାର ମଧ୍ୟ ଭାରତର ସ୍ବାଧୀନତାର ୭୫ ବର୍ଷ ପାଳନ କରିବାକୁ ୭୫ ଦେଶଭକ୍ତ ଗୀତ ଗାଇଥିଲେ। ବିଶେଷ କଥା ହେଉଛି ଏହି ଗୀତଗୁଡ଼ିକ ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବଙ୍ଗାଳୀ, ତାମିଲ ଏବଂ ଅନ୍ୟାନ୍ୟ ଭାଷାରେ ଗାନ କରାଯାଇଥିଲା। ‘ଆଜାଦୀ କା ଅମୃତ ମହୋତ୍ସବ’ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।

Share