Odisha Elections 2024
Posted inଜାତୀୟ

ପ୍ରଜ୍ୱଳ ରେଭନ୍ନା ମାମଲାରେ ମୁହଁ ଖୋଲିଲେ ମୋଦି: କହିଲେ, ଏମିତି ଦୋଷୀଙ୍କୁ କ୍ଷମା ନାହିଁ

ନୂଆଦିଲ୍ଲୀ,୭।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌ ନୋଟିସ ଜାରି କରାଯାଇଇଛି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପ୍ରଜ୍ୱଳ ରେଭାନ୍ନାଙ୍କ ପରି ଲୋକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ପ୍ରଣୟନ କରାଯିବା ଉଚିତ। ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର କରି ଏହିପରି ଅତ୍ୟାଚାରକୁ କଠୋର ଦଣ୍ଡ ଦିଆଯିବା ଉଚିତ। କର୍ନାଟକର କଂଗ୍ରେସ ସରକାର ଜାଣିଶୁଣି ପ୍ରଜ୍ୱଳଙ୍କୁ ଦେଶ ଛାଡିବାରେ ସାହାଯ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏକ ସାକ୍ଷାତକାରରେ କହିଛନ୍ତି, ଏହା ଏକ ଆଇନ ଶୃଙ୍ଖଳା ପ୍ରସଙ୍ଗ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ। ରେଭାନ୍ନାଙ୍କ କାର୍ଯ୍ୟକଳାପର ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ଜେଡିଏସ କଂଗ୍ରେସ ସହ ମେଣ୍ଟ କରୁଥିବା ସମୟରୁ ହୋଇଥିଲା। କଂଗ୍ରେସ କ୍ଷମତାରେ ଥିବାବେଳେ ମଧ୍ୟ ଭିଡିଓ ସଂଗ୍ରହ କରାଯାଇଥିଲା। ଭୋକାଲିଗାସ ଅଞ୍ଚଳରେ ଭୋଟ ଦେବା ପରେ ଏହି ଭିଡିଓ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିଲା। ଯେତେବେଳେ ପ୍ରଜ୍ୱଳଙ୍କୁ ଦେଶ ବାହାରକୁ ପଠାଗଲା ସେତେବେଳେ ମଧ୍ୟ ଜାରି କରାଯାଇଥିଲା। ମୋଦି କହିଛନ୍ତି, ଯଦି ରାଜ୍ୟ ସରକାରଙ୍କ ପାଖରେ ସୂଚନା ଅଛି, ତେବେ ସେମାନେ ସଚେତନ ହେବା ଉଚିତ୍‌। ବିମାନ ବନ୍ଦରରେ ମଧ୍ୟ ନଜର କରାଯିବା ଉଚିତ୍‌। ରାଜ୍ୟ ସରକାର କିଛି କରିନାହାଁନ୍ତି, ଏପରିକି ଭାରତ ସରକାରଙ୍କୁ ମଧ୍ୟ ଜଣାଇ ନାହାଁନ୍ତି। ଏହାର ଅର୍ଥ ସ୍ପଷ୍ଟ ଯେ ଏହା ଏକ ରାଜନୈତିକ ଖେଳ ଥିଲା। ସେମାନେ ଜାଣନ୍ତି ଯେ ଭିଡିଓଗୁଡ଼ିକ ମିଳିତ ମେଣ୍ଟରେ ଥିବା ସମୟରୁ। ତଥାପି ଏହା ମୋର କଥା ନୁହେଁ। ମୋର କଥା ହେଉଛି କୌଣସି ଅପରାଧୀଙ୍କୁ ରକ୍ଷା କରାଯିବା ଉଚିତ୍‌ ନୁହେଁ। ଏହିପରି ରାଜନୈତିକ ଖେଳ ବନ୍ଦ ହେବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଜ୍ୱଳ ହେଉଛନ୍ତି ଏଚ.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ସମୟରେ ଜେଡିଏସ ସହ ମେଣ୍ଟ କରି ଲଢ଼ୁଥିବା ଭାଜପା ଏହି ବିବାଦରୁ ଦୂରତ୍ୱ ଅବଲମ୍ବନ କରିଛି। ଗତବର୍ଷ ସେପ୍ଟେମ୍ବରରେ ଜେଡିଏସ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ଭାଜପା ସହିତ ମେଣ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

କେଜରିଓ୍ବାଲଙ୍କ ଘରୁ ସିଲ ବନ୍ଦ ବାକ୍ସ ଧରି ବାହାରିଲା ପୋଲିସ

ନୂଆଦିଲ୍ଲୀ,୧୯।୫: ଏଏପି ଏମପି ଶ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କଜେରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ...

ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ...

ହାଇଭୋଲ୍‌ଟେଜ୍‌ ଡ୍ରାମାର ନୀରବତା ଭାଙ୍ଗିଲେ କେଜ୍‌ରିଓ୍ବାଲ, କହିଲେ…

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି, ରାଜନୈତିକ କାର୍ଯ୍ୟକଳାପ ଚରମସୀମାରେ ରହିଛି। କିନ୍ତୁ ଗତ ୩-୪ ଦିନ...

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍‌

ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଦକ୍ଷିଣ-ଆଣ୍ଡାମାନ ଛୁଇଁଲା ମୌସୁମୀବାୟୁ

ଭୁବନେଶ୍ୱର,୧୯।୫: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରବିବାର କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଗତ ୨୪...

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ…

ନୂଆଦିଲ୍ଲୀ,୧୯।୫: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ମୋଦିଙ୍କୁ ନିଶାନା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri