Categories: ଜାତୀୟ

ବିଦେଶ ଗସ୍ତରେ ମୋଦିଙ୍କୁ ମିଳିବ ‘ଦୁର୍ଲଭ’ ସମ୍ମାନ, ହାତ ଗଣତି ନେତାଙ୍କୁ ମିଳିଥାଏ ଏହି ସମ୍ମାନ

ନୂଆଦିଲ୍ଲୀ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ଜାପାନରେ ପହଞ୍ଚିଛନ୍ତି। ସେଠାରେ ସେ ଜାପାନର ହିରୋଶିମା ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାପରେ ମୋଦି ହିନ୍ଦ ପ୍ରଶାନ୍ତ ମହାସାଗର ସ୍ଥିତ ଦେଶ ପପୁଆ ନ୍ୟୁ ଗିନିରେ ପହଞ୍ଚିବେ। ଏହାପରେ ମୋଦି ଅଷ୍ଟ୍ରେଲିଆ ଗସ୍ତ କରିବେ। ଏହି ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ ସମ୍ମାନ ମିଳୁଛି। ହେଲେ ପପୁଆ ନ୍ୟୁ ଗିନି ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଦୁର୍ଲଭ ସମ୍ମାନ ମିଳିବ, ଯାହା କେବଳ କେତେଜଣ ନେତାଙ୍କୁ ମିଳିଥାଏ।
ପ୍ରଧାନମନ୍ତ୍ରୀ ମୋଦି ରବିବାର ଭାରତ ପ୍ରଶାନ୍ତ ମହାସାଗରରେ ଥିବା ଦ୍ୱୀପପୁଞ୍ଜ ପାପୁଆ ନ୍ୟୁ ଗିନି ଗସ୍ତ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାପୁଆ ନ୍ୟୁ ଗିନି ଗସ୍ତ ଏବଂ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏହି କାରଣରୁ ଏହି ଯାତ୍ରା ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର । ସାଧାରଣତଃ ପପୁଆ ନ୍ୟୁ ଗିନିରେ ସା ପରେ ରାଜ୍ୟ ମୁଖ୍ୟମାନଙ୍କୁ ପାରମ୍ପାରିକ ସ୍ବାଗତ କରାଯାଏ ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷେତ୍ରରେ ପାପୁଆ ନ୍ୟୁ ଗିନି ଏହାର ପରମ୍ପରା ବଦଳାଇବାକୁ ଯାଉଛି। ପପୁଆ ନ୍ୟୁ ଗିନିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପୂର୍ଣ୍ଣ ରାଷ୍ଟ୍ରିୟ ସମ୍ମାନ ସହ ପାରମ୍ପାରିକ ସ୍ବାଗତ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ନିଜେ ବିମାନବନ୍ଦରରେ ପହଞ୍ଚିବେ।

ପାପୁଆ ନ୍ୟୁ ଗିନି ପରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ମୋଦୀ ସିଡନୀରେ ଏକ ସୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ମୂଳ ନାଗରିକଙ୍କୁ ଭେଟିବେ। ଲିଟିଲ ଇଣ୍ଡିଆ ଭାବରେ ଜଣାଶୁଣା ହ୍ୟାରିସ ପାର୍କ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Share