Categories: ଜାତୀୟ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଦେଶ

ନୂଆଦିଲ୍ଲୀ,୧୪ ।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ୧୩୨ତମ ଜନ୍ମଦିନ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିବନ ଯାଇ ନେହେରୁଙ୍କ ସମାଧି ସ୍ଥଳରେ ପୁଷ୍ପ ଅର୍ପଣ କରିଛନ୍ତି । ପିଲାଙ୍କର ପ୍ରିୟ ଚାଚା ନେହେରୁଙ୍କ ଜନ୍ମଦିନ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହେରୁଙ୍କ ମୃତ୍ୟୁ ପରେ ଛୋଟ ଛୋଟ ପିଲାମାନଙ୍କୁ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥାଏ । ନଭେମ୍ବର ୧୪, ୧୮୮୯ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜନ୍ମନେଇଥିଲେ ନେହେରୁ । ମେ ୨୭, ୧୯୬୪ରେ ତାଙ୍କର ପରଲୋକ ହୋଇଥିଲା ।

Share