ମେଣ୍ଟ ଘୋଷଣା ପରେ ବଡ଼ ବୟାନ ଦେଲେ ମୋଦି, ପଞ୍ଜାବ ରାଜନୀତିରେ ହଲଚଲ!

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ବିଧାନସଭା ନିର୍ୱାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ୱାଚନ ଲଢ଼ିବେ। ଏହାର ବିଧିବଦ୍ଧ ଘୋଷଣା ପରେ ପିଏମ ମୋଦି ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି। ଭାଜପା-ଅକାଳୀ ଦଳ ମେଣ୍ଟ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପଞ୍ଜାବ ଏବଂ ପଞ୍ଜାବୀଙ୍କ କଲ୍ୟାଣ ସର୍ୱୋପରି। ସେ ପୂର୍ୱତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ମେଣ୍ଟ ଉପରେ ଏକ୍ସ (X) ପୋଷ୍ଟ ଜରିଆରେ କହିଛନ୍ତି, ‘ପଞ୍ଜାବ ଏବଂ ପଞ୍ଜାବୀଙ୍କ କଲ୍ୟାଣ ସର୍ୱୋପରି। ମୁଁ ବହୁତ ଖୁସି ଯେ ଶିରୋମଣି ଅକାଳୀ ଦଳର ଏନଡିଏ (NDA) ପରିବାରକୁ ପ୍ରତ୍ୟାବର୍ତ୍ତନ ହୋଇଛି ଏବଂ ତାହା ପୁଣି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ୱର ପବିତ୍ର ଅବସରରେ। ଆମର ମେଣ୍ଟ ଏକ ସୱାଭାବିକ ମେଣ୍ଟ, ଯାହା ଏହା ସୁନିଶ୍ଚିତ କରିବ ଯେ ପଞ୍ଜାବକୁ ଜନ-ହିତୈଷୀ ଶାସନ ମିଳୁ, ଯାହା ରାଜ୍ୟକୁ ବିକାଶର ନୂତନ ଶିଖରକୁ ନେଇଯିବ।’

ସେ କହିଛନ୍ତି, ‘ଅଟଳ ଜୀ, ଆଡଭାନୀ ଜୀ ଏବଂ ସର୍ଦ୍ଦାର ପ୍ରକାଶ ସିଂହ ବାଦଲ ଜୀଙ୍କ ଦ୍ୱାରା ଗଢ଼ାଯାଇଥିବା ଅକାଳୀ ଦଳ-BJP ମେଣ୍ଟ ସମୟର ପରୀକ୍ଷାରେ ସଫଳ ହୋଇଛି। ମୋର ପୂରା ବିଶ୍ୱାସ ଅଛି ଯେ ଆମର ମେଣ୍ଟ ପଞ୍ଜାବ ଲୋକଙ୍କ ପ୍ରଥମ ପସନ୍ଦ ହୋଇ ଉଭା ହେବ।’

ଭାଜପା ଏବଂ ଶିରୋମଣି ଅକାଳୀ ଦଳ ଆଗାମୀ ପଞ୍ଜାବ ବିଧାନସଭା ନିର୍ୱାଚନ ପାଇଁ ମଙ୍ଗଳବାର ଦିନ ଦିଲ୍ଲୀରେ ମେଣ୍ଟର ଘୋଷଣା କରିଛନ୍ତି ଏବଂ ଏହାକୁ ‘ରାଷ୍ଟ୍ରୀୟ ଏବଂ ଭାବନାତ୍ମକ’ ମେଣ୍ଟ ବୋଲି କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉଭୟ ଦଳ ପଞ୍ଜାବର ସମସ୍ତ ୧୧୭ଟି ବିଧାନସଭା ଆସନରେ ନିର୍ୱାଚନ ଲଢ଼ିବେ ଏବଂ ମୁଖ୍ୟମନ୍ତ୍ରୀ ପଦ ଶିରୋମଣି ଅକାଳୀ ଦଳକୁ ମିଳିବ। ଗୁରୁତ୍ୱପୂର୍ଣ୍ଣ କଥା ଏହା ମଧ୍ୟ ଯେ ଉଭୟ ଦଳ ମଧ୍ୟରେ ଦୀର୍ଘ ସମୟ ଧରି ଦୂରତା ଚାଲିଥିଲା, ଯାହା କି ଏହି ମେଣ୍ଟ ଦ୍ୱାରା ଶେଷ ହୋଇଯାଇଛି।

Share