ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦି ମାୟା ଦେବୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବୁଦ୍ଧ ଉପାସକଙ୍କ ପରି ହଳଦିଆ ପୋଷାକ ପିନ୍ଧିଥିଲେ।
ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନେପାଳ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ହେବ। ମୋଦିଙ୍କ ଏହି ଗସ୍ତ ମଧ୍ୟ ଚାଇନା ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ଭାବରେ ବିବେଚନା କରାଯାଉଛି।

Share