Categories: ଜାତୀୟ

ମୋଦି ଗୋଟିଏ ଚିତାର ନାମ ରଖିଲେ ଆଶା, ଅନ୍ୟମାନଙ୍କର ବି ହେଲା ନାମକରଣ

ନୂଆଦିଲ୍ଲୀ,୧୯ ।୯: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ୮ ଚିତାଙ୍କୁ ସ୍ୱାଗତ କରାଯାଇ ସାରିଛି । ୭୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ ପ୍ରୟାସ କରାଯାଇ ସମସ୍ତ ଚିତାଙ୍କୁ ନାମିବିୟାରୁ ଭାରତ ଅଣାଯାଇଛି । ଶନିବାର ଆୟୋଜିତ ଏକ ବହୁ ପ୍ରଚାରିତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ବାଡ ମଧ୍ୟରେ ୮ ଚିତାଙ୍କୁ ଔପଚାରିକ ଭାବେ ଭାରତୀୟ ଜଙ୍ଗଲରେ ଛାଡି ଦେଇଛନ୍ତି । ମିଳିଥିବା ଏକ ସୂଚନା ଅନୁଯାୟୀ, ଏହି ୮ ଚିତାଙ୍କ ମଧ୍ୟରୁ ମୋଦି ଗୋଟିକର ନାମ ‘ଆଶା’ ରଖିଛନ୍ତି । ଏହି ନାମର ଏକ ବିଶେଷ ଅର୍ଥ ରହିଛି । କାରଣ ଭାରତ ଚିତାକୁ ନିଜ ଜଙ୍ଗଲରେ ପୁଣିଥରେ ପ୍ରବେଶ କରାଇ ଯାତ୍ରା ଆରମ୍ଭ କରିଛି ଯାହା ପର୍ଯ୍ୟାବରଣର ସ୍ଥିରତା ଓ ସଂରକ୍ଷଣରେ ସହାୟତା କରିବ ।
‘ଆଶା’ ନାମରୁ ବହୁତ କିଛି ଆଶା କରାଯାଇଛି । ୪ ବର୍ଷୀୟା ଏହି ଚିତା କୁନୋ ନ୍ୟାଶନାଲ ପାର୍କରେ ଚିତାଙ୍କ ବଂଶ ବୃଦ୍ଧି କରିବାରେ ସହାୟକ ହେବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ନାମିବିୟାର ଏରିଂଡି ପ୍ରାଇଭେଟ ଗେମ ରିଜର୍ଭରେ ଏପ୍ରିଲ ୨୦୨୦ରେ ଜନ୍ମ ନେଇଥିବା ୨.୫ ବର୍ଷିୟ ଚିତାର ନାମ ବିଲ୍ସି ରଖାଯାଇଛି । ୫ ବର୍ଷିୟ ସବୁଠାରୁ ବଡ ଚିତାର ନାମ ସାଶା ରଖାଯାଇଛି । କୁହାଯାଉଛି କି ସବାନା ନାମକ ଏକ ଅନ୍ୟ ସାଥି ଚିତାର ନିକଟତର ବନ୍ଧୁ । ତେବେ ଆସନ୍ତା ବର୍ଷ ଆଉ କିଛି ଚିତା ନାମିବିୟାରୁ ଭାରତ ଆସିପାରନ୍ତି ବୋଲି ଅନୁମାନ କରାଯାଇଛି ।

Share