Categories: ଜାତୀୟ

୨ ଦିନ ମଧ୍ୟରେ ମୋଦିଙ୍କ ଘରେ ୨ ଅଘଟଣ

ନୂଆଦିଲ୍ଲୀ,୨୮।୧୨: ଗତ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଦୁଇଟି ବଡ଼ ଅଘଟଣ ଘଟିଛି। ପ୍ରଥମେ ତାଙ୍କ ଭାଇ ପ୍ରହ୍ଲାଦ ମୋଦି କର୍ନାଟକର ମହୀଶୂରରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥି ସହିତ ବୁଧବାର ତାଙ୍କ ମା’ ହୀରାବେନଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମଙ୍ଗଳବାର କର୍ନାଟକର ମହୀଶୂରରେ ପ୍ରହ୍ଲାଦ ମୋଦି ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସହିତ ପୁଅ ଏବଂ ବୋହୂ ମଧ୍ୟ ଥିଲେ। ତିନିଜଣଯାକ ଗୁରୁତର ଆହତ ହୋଇଥିଲେ। ତେବେ ଡାକ୍ତରଖାନା ଦ୍ୱାରା ପ୍ରକାଶିତ ସର୍ବଶେଷ ସୂଚନା ଅନୁଯାୟୀ, ସମସ୍ତେ ବିପଦମୁକ୍ତ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ଭଲ ଅଛି।
ଅନ୍ୟପକ୍ଷରେ ବୁଧବାର ୧୦୦ ବର୍ଷୀୟା ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ।

Share