ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ଟୋକିଓ,୨୭।୯: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଟୋକିଓରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ-ଜାପାନ ସମ୍ପର୍କକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଗଭୀରତା ବଢାଇବ ଏବଂ ନୂତନ ଉଚ୍ଚତାକୁ ବୃଦ୍ଧି କରିବ ଏବଂ ଆମେ ବିଶ୍ୱ ସମସ୍ୟାର ସମାଧାନରେ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବା।
ଏହି ସମୟରେ ମୋଦି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ମନେ ପକାଇଥିଲେ। ସେ କହିଛନ୍ତି, ଆମେ ଆଜି ଦୁଃଖର ଏହି ସମୟରେ ସାକ୍ଷାତ କରୁଛୁ। ଶେଷ ଥର ପାଇଁ ମୁଁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଏକ ଦୀର୍ଘ ବାର୍ତ୍ତାଳାପ କରିଥିଲି। ଭାରତ ସିଞ୍ଜୋ ଆବେଙ୍କୁ ମନେପକାଉଛି। ଜୁଲାଇରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାକୁ ଜାପାନରେ ପହଞ୍ଚିଛନ୍ତି। ଏହି ସମୟରେ ଅନ୍ୟ ଦେଶର ମୁଖ୍ୟମାନେ ମଧ୍ୟ ଜାପାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

Share