ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର ନିରାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକର ଆୟୋଜନ କରିଥିଲେ । ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ରାଜ୍ୟରେ କରୋନା ଭ୍ୟାକ୍ସିନ ବିତରଣ କରିବାକୁ ଏକ ଟାକ୍ସ ଫୋର୍ସର ଗଠନ କରାଯାଇଛି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଗତ ୧୦ ଦିନ ହେବ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ, ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଭିଡିଓ କନ୍‌ଫରେସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Share