Categories: ଜାତୀୟ

କରୋନାର ତୃତୀୟ ଲହର: ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ,୧୬ ।୭: କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଓ ଦ୍ୱିତୀୟ ଲହରରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନେଇ କରାଯାଉଥିବା ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭାବେ ସମିକ୍ଷା ବୈଠକ କରି ଆସୁଛନ୍ତି । ଶୁକ୍ରବାର ଏହାକୁ ନେଇ ସେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ଯୋଗ ଦେଇଛନ୍ତି । ଏହି ରାଜ୍ୟ ମଧ୍ୟରେ ରହିଛି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର । ଏହି ଭର୍ଚ୍ୟୁଆଲ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିଛନ୍ତି । କରୋନା ସମୟରେ ଏସବୁ ରାଜ୍ୟର ସ୍ଥିତିକୁ ନେଇ ମୋଦି ଆଲୋଚନା କରିଛନ୍ତି । ଏହାସହ ଏହି ମହାମାରୀକୁ ଦୂରେଇ ଦେବାକୁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଭାଗରେ ଯେଉଁ ରାଜ୍ୟମାନେ ମୋଦିଙ୍କ ସହ ବୈଠକ କରିଥିଲେ ସେମାନଙ୍କୁ ବି କରୋନା ତୃତୀୟ ଲହରକୁ ନେଇ ସଚେତନତା ସୃଷ୍ଟି କରିବେ । ମଙ୍ଗଳବାର ଉତ୍ତର ପୂର୍ବ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିବା ସହ ଲୋକଙ୍କ ଭିଡ ଓ ଲୋକେ କେରୋନାର କୌଣସି ନିୟମ ମାନୁ ନଥିବାରୁ ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରଥିଲେ ।

Share